ଆସନ୍ତାକାଲି ବନ୍ଦରେ ସାମିଲ୍ ହେବନି ସମ୍ୱଲପୁର
ସମ୍ବଲପୁର: ଆସନ୍ତାକାଲି ମହାକୋଶଳ ବନ୍ଦ। ତେବେ ବନ୍ଦରେ ସାମିଲ୍ ହେବନି ସମ୍ୱଲପୁର ବୋଲି ହୀରାଖଣ୍ଡ ସାମୁଖ୍ୟ ଓ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି। କୋଶଳ ନାମକୁ ନେଇ ବନ୍ଦ ଡାକରା ଦିଆଯାଇଥିବାରୁ ବିରୋଧ କରାଯାଉଛି। ସମ୍ବଲପୁରବାସୀଙ୍କୁ ବନ୍ଦରେ ସାମିଲ୍ ନ ହେବାକୁ ଅପିଲ କରିଛନ୍ତି ସଂଗଠନର ସଦସ୍ୟ।