ରାଜ୍ଯ ଗ୍ରନ୍ଥାଗାରରେ ନବମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ

Dec 3, 2023 - 19:24
 6
ରାଜ୍ଯ ଗ୍ରନ୍ଥାଗାରରେ ନବମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ

ଭୁବନେଶ୍ୱର-ତା.୦୩.୧୨.୨୦୨୩- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ  ନବମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି ଳ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ  ଭୁବନେଶ୍ୱରସ୍ଥିତ ଉପଦେଷ୍ଟା ହାଇଟେକ୍ ହସ୍ପିଟାଲର  ଡ. ଆଶିଷ ମିଶ୍ର ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ l ପାଠକ ପାଠିକା ମାନଙ୍କୁ ଉଚ୍ଚ ସ୍ଵପ୍ନ ଦେଖିବା, ଅବସର ସମୟର ପ୍ରିୟ କାର୍ଯ୍ୟ କୁ ସମାନ୍ତରାଳ ଭାବେ କରିବା ପାଇଁ ପରାମର୍ଶ ଦେଇଥିଲେ l ପାଠକ ପାଠିକା ମାନଙ୍କ ସହ ବାର୍ତ୍ତଳାପ ମାଧ୍ୟମରେ ସେମାନଙ୍କ  ପ୍ରସ୍ତୁତିରେ ଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମକୁ ଯୁଗ୍ମ ଶାସନ ସଚିବ ତଥା ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସଂଚାଳନ କରିଥିଲେ l ସେ ପାଠକ ପାଠିକା ମାନଙ୍କୁ ସମୟର ସଦୁପଯୋଗ କରି ନିରନ୍ତର ପ୍ରୟାସ  କରିବା ପାଇଁ ଉତ୍ସାହିତ କରିଥିଲେ l 

ଏହି ବକ୍ତୃତାମାଳାରେ ଗ୍ରନ୍ଥାଗାରର  ଗ୍ରନ୍ଥାଧ୍ୟକ୍ଷ ଶ୍ରୀମତୀ ସଙ୍ଘମିତ୍ରା ସାହୁ, ଶ୍ରୀ ରୁଦ୍ର ପ୍ରସାଦ ବେହେରା,  ଶ୍ରୀମତୀ ସଳିତା ପାତ୍ର, ଶ୍ରୀମତୀ ମଞ୍ଜୁ ରାଣୀ ମୁଦୁଲି, ସମସ୍ତ ସ୍ଵତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l