ସାରା ବିଶ୍ବରେ ବିମାନ ସେବା ପ୍ରଭାବିତ
ଭୁବନେଶ୍ୱର: ସାରା ବିଶ୍ବରେ ବିମାନ ସେବା ପ୍ରଭାବିତ ହୋଇଛି। ମାଇକ୍ରୋସଫ୍ଟ ସର୍ଭରରେ ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ସୂଚନା। କିଛି ବିମାନ ବାତିଲ ହୋଇଥିବା ବେଳେ ଆଉ କିଛି ଚଳାଚଳରେ ବିଳମ୍ବ ହୋଇଛି। ଟେଲିକମ୍, ଏୟାରଲାଇନ୍ସ ଓ ବ୍ୟାଙ୍କ ସେବାରେ ବାଧା ଦେଖା ଦେଇଛି। ଦେଶରେ ବିଭିନ୍ନ ବିମାନବନ୍ଦରରେ ସମସ୍ୟା ଦେଖାଦେଇଛି। ଇଣ୍ଡିଗୋ ଓ ସ୍ପାଇସ୍ ଜେଟ୍ କଂପାନୀରେ ସମସ୍ୟା ସୃଷ୍ଟି ହୋଇଛି।