ଥାନାରେ ସେନା ଅଧିକାରୀଙ୍କ ସହ ବ୍ୟବହାର ପାଇଁ ଏସଓପି ଆଣିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ

Oct 8, 2024 - 22:21
 60

କଟକ: ଥାନାରେ ସେନା ଅଧିକାରୀଙ୍କ ସହ ବ୍ୟବହାର ପାଇଁ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଡ୍ୟୁଅର୍ (ଏସଓପି) ଆଣିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ । ଆଜି ବହୁଚର୍ଚ୍ଚିତ ଭୁବନେଶ୍ୱର ଭରତପୁର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ୪

କୋର୍ଟରେ ହଜାର ହୋଇ ଏଡିଜି ଦୟାଲ ଗଙ୍ଗୱାର ଥାନା ଗୁଡ଼ିକରେ ସିସିଟିଭି ଲଗାଯିବା ନେଇ ଦାଖଲ କଲେ ରିପୋର୍ଟ।

ଦୟାଲ କହିଛନ୍ତି ଯେ ୧୫ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ୍। 

ସପ୍ତାହ ମଧ୍ୟରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି। ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୧୨ କୁ ତାରିଖ କରାଯାଇଛି।