୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ନିପାତ ହେବ ନକ୍ସଲବାଦ: ଅମିତ ଶାହ

Oct 7, 2024 - 23:36
 47
୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ନିପାତ ହେବ ନକ୍ସଲବାଦ: ଅମିତ ଶାହ

ନୂଆଦିଲ୍ଲୀ: ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ନିପାତ ହେବ ନକ୍ସଲବାଦ ବୋଲି ଦିଲ୍ଲୀରେ ଏକ ମାଓ ମୁକାବିଲା ବୈଠକ ପରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ।

ଶାହ କହିଛନ୍ତି ଯେ ନକ୍ସଲବାଦ ଦ୍ବାରା କାହାର କିଛି ଭଲ ହେବନି। ୨୦୧୯ ପରେ କେନ୍ଦ୍ରୀୟ ସୁରକ୍ଷା ବଳକୁ ଅଧିକ ବଢ଼ାଇଛୁ। ଏକ ବର୍ଷ ଭିତରେ ୧୦୦ କ୍ୟାମ୍ପ ସ୍ଥାପନ କରାଯାଇଛି। ଦୁଇ ପରିବର୍ତ୍ତେ ଏବେ ୧୨ ହେଲିକପ୍ଟର ମୁତୟନ ଅଛି। ଦେଶରେ ୧୩ ହଜାରରୁ ଅଧିକ ନକ୍ସଲ ବନ୍ଧୁକ ଛାଡ଼ିଛନ୍ତି। ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।