କମିଶନରେଟ୍ ପୋଲିସ୍ କୁ ମିଳିଲା ୩୦ଟି ଜରୁରୀକାଳୀନ ପ୍ରସମନ ସେବା ବାହାନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ପୋଲିସ୍ ସେବା ଭବନରେ ୩୦ଟି ଜରୁରୀକାଳୀନ ପ୍ରସମନ ସେବା ବାହାନ ଲୋକର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ୱର ପାଇଁ ୨୧ ଓ କଟକ ପାଇଁ ୮ ଜରୁରୀକାଳୀନ ପ୍ରସମନ ସେବା ବାହାନ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୂଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଗାଡ଼ି ଗୁଡ଼ିକ ସାଧାରଣ ଗାଡ଼ି ନୁହେଁ, ଏଗୁଡ଼ିକ ସୁରକ୍ଷା ରଥ। ଏହି ଗାଡ଼ି ଗୁଡ଼ିକ ନ୍ୟାୟ, ଶୃଙ୍ଖଳା ଓ ଅପରାଧମୁକ୍ତ ସମାଜର ପ୍ରତୀକ। ଏହା ଦ୍ବାରା ପୋଲିସ୍ ଜରୁରୀକାଳୀନ ପରିସ୍ଥିତିରେ ଦୋଷୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଏହା ଦ୍ବାରା ପୋଲିସ୍ ବ୍ୟବସ୍ଥା ଦୃଢ଼ୀକରଣ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ।