ଫେବୃୟାରୀ ୧୪ ରୁ ଶ୍ରୀକ୍ଷେତ୍ରରେ ୪ ଦିନିଆ ନିଖୂଳ ଉତ୍କଳ ଦିବ୍ୟଜୀବନ ଆଧ୍ୟାତ୍ମିକ ସମ୍ମିଳନୀ
ଭୁବନେଶ୍ଵର : ଭାରତୀୟ ଧର୍ମସଂସ୍କୃତି ଓ ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର ଓ ପ୍ରସାର ସହିତ ମାନବ ସମାଜକୁ ସେବା, ପ୍ରେମ, ଦାନ, ପବିତ୍ରତା, ଧ୍ୟାନ ଓ ଈଶ୍ୱର ସାକ୍ଷାତକାର ଆଦି ମହତ୍ତ୍ଵାଣୀରେ ଉଦ୍ବୁଦ୍ଧ କରିବା ଉଦ୍ଦେଶ୍ୟରେ ଦିବ୍ୟଜୀବନ ସଂଘ ଆନୁକୂଲ୍ୟରେ ୩୮ତମ ନିଷ୍ଫଳ ଉତ୍କଳ ଦିବ୍ୟଜୀବନ ସଂଘ ପକ୍ଷରୁ ଆଧ୍ୟାତ୍ମିକ ସମ୍ମିଳନୀର ଆୟୋଜନ କରାଯାଇଅଛି । ଚଳିତ ଫେବୃୟାରୀ ମାସ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଶ୍ରୀକ୍ଷେତ୍ର ପୁରୀସ୍ଥିତ ବିଦାନନ୍ଦ ତପୋବନ ଶାନ୍ତି ଆଶ୍ରମ, ବାଲିଗୁଆଳିଠାରେ ଆୟୋଜିତ ହେଉଥୁବା ଏହି ଦିବ୍ୟ ସମ୍ମିଳନୀରେ ଗଜପତି ମହାରାଜା ତଥା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଦ୍ୟସେବକ ଦିବ୍ୟସିଂହଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ଦିବ୍ୟଜୀବନ ସଂଘ ମୁଖ୍ୟାଳୟ ଋଷିକେଶର ଉପାଧ୍ଯକ୍ଷ ପୂଜ୍ୟ ସ୍ଵାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ । ଦିବ୍ୟଜୀବନ ସଂଘ ମୁଖ୍ୟାଳୟ ଋଷିକେଶର ସାଧାରଣ ସମ୍ପାଦକ ସ୍ଵାମୀ ଅଦ୍ଵୈତା ନନ୍ଦ ସରସ୍ୱତୀ ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିବା ଏହି ସମ୍ମିଳନୀରେ ଦେଶର ବହୁ ବିଶିଷ୍ଟ ସାଧୁ, ସନ୍ଥ, ମହାମ୍ ଓ ଆଟାର୍ଯ୍ୟବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିରି କୃତ ହୋଇଛି । ମଙ୍ଗଳବାର ଅପରାହ୍ନରେ ୟୁନିଟ୍- ୨ ନମ୍ବର ଅଶୋକନଗରସ୍ଥିତ ଶିବାନନ୍ଦ ସାଂସ୍କୃତିକ କେନ୍ଦ୍ର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଵାମୀ ଜଗନ୍ନାଥାନନ୍ଦ ସରସୂତୀ ମହାରାଜ, ସ୍ଵାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ, ସ୍ଵାମୀ କୃଷ୍ଣାନାଦାସନନ୍ଦ ସରସ୍ୱତୀ ମହାରାଜ ଏବଂ ପୁରୀସ୍ଥିତ ବିବାନନ୍ଦ ଶାନ୍ତି ଆଶ୍ରମର ଟ୍ରଷ୍ଟି ଅଦ୍ଵୈତ ପ୍ରସାଦ ବିଶ୍ଵାଳ ଓ ସମ୍ପାଦକ ଜୟଦେବ ଆଚାର୍ଯ୍ୟ ପ୍ରମୁଖ ଆଧ୍ୟାତ୍ମିକ ସମ୍ମିଳନୀ ବାବଦରେ ବିସ୍ତୃତ ସୂଚନା ଦେଇ କହିଥିଲେ ଯେ, ୧୯୩୬ ମସିହାରେ ସ୍ଵାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଦିବ୍ୟଜୀବନ ପ୍ରତିଷ୍ଠା କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତୀୟ ଧର୍ମ ସଂସ୍କୃତି ଓ ଅଧାତ୍ମିକ ଜ୍ଞାନର ପ୍ରଚାର ଓ ପ୍ରସାରକୁ ବ୍ୟାପକ କରାଇବା । " ଭଲ ହୁଅ, ଭଲ କର, ଦୟାଳୁ ହୁଅ ଏବଂ ମୁଁ କିଏ ତାହାର ଅନୁସନ୍ଧାନ କର ଏବଂ ମାନବ ଜୀବନର ମହାନ୍ ଲକ୍ଷ୍ୟ ଆତ୍ମସାକ୍ଷାତକାର ଲାଭକର ।" ଏହି ବାଣୀ ମାନବ ସମାଜରେ ପ୍ରଚାର କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି । ସେମାନେ କହିଲେ ଯେ, ବମାନ ସମୟରେ ନକରାତ୍ମକ ଆସୁରୀ ପ୍ରଭୃତି ଯଥାର୍ଥ ଭାବେ ପ୍ରତିହତ କରିବା ପାଇଁ ଆଧ୍ୟାତ୍ମିକ ସମ୍ମାନନୀର ଆୟୋଜନ ନିହାତି ଜରୁରୀ ହୋଇପଡ଼ିଛି । କାରଣ କଳିଯୁଗରେ ଗୋଟିଏ ଅଧ୍ୟାତ୍ମିକ ସମ୍ମିଳନୀ ଶହେ ରାଜସୂୟ ଯଜ୍ଞ ବା ସୋମ ଯଜ୍ଞ ସହିତ ସମାନ । ଏହାର ଆଧ୍ୟାତ୍ମିକ ତରଙ୍ଗ ବାତାବରଣକୁ ଶୁଦ୍ଧ ତଥା ଜନସମାଜରେ ସାଂକ ଭାବ ସୃଷ୍ଟିକରି ଓ ସାମଗ୍ରିକ ଭାବେ ଆଧ୍ୟାତ୍ମିକ ଚେତନାର ଜାଗରଣ କରାଇବାରେ ସାହାଯ୍ୟ କରିଥାଏ । ଅଧ୍ୟାତ୍ମିକ ସମ୍ମିଳନୀ ସହିତ ସଦ୍ଭାବନା ସଭାର ଆୟୋଜନ କରାଯାଇଅଛି, ଯାହାର ଆଧାର ବସୁଧୈବ କୁଟୁମ୍ବକମ୍ ନୀତି ଉପରେ ପର୍ଯ୍ୟବେଶିତ । ସମୟର ଆହ୍ୱାନ ଅନୁଯାୟୀ ସବୁ ଧର୍ମର ମତ ଓ ସବୁ ମାର୍ଗର ମୁଖ୍ୟ ଆଚାର୍ଯ୍ୟମାନେ ଏଥିରେ ସାମିଲ ହେଉଛନ୍ତି । ଆମ୍ଭମାନଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟର ଊର୍ଦ୍ଧ୍ବକୁ ଯାଇ କିପରି ବିଶ୍ଵକଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ହୋଇପାରିବ, ତାହାର ମାର୍ଗଦର୍ଶନ କରିବେ । ଏହି ଆଧ୍ୟାତ୍ମିକ ସମ୍ମିଳନୀରେ ୩ ହଜାରରୁ ଉର୍ଦ୍ଧ୍ବ ପ୍ରତିନିଧୁ ଅଂଶଗ୍ରହଣ କରିବେ ବୋଲି ସେମାନେ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଡିଭାଇନ୍ ଲାଇଫ୍ ସୋସାଇଟି, ଚନ୍ଦ୍ରଶେଖରପୁର ଶାଖାର ପ୍ରଫେସର ବିଶ୍ଵମୋହନ ପଟ୍ଟନାୟକ ଓ ପ୍ରଭାକର ମହାରଣା, ଭୁବନେଶ୍ଵର ଶାଖାର ରାଧାବଲ୍ଲଭ ସିଂ ଓ କେ.ଭି. ଶିବାନନ୍ଦ ରାଓ ଏବଂ ଚିଦାନନ୍ଦ ଶାନ୍ତି ଆଶ୍ରମ ଟ୍ରଷ୍ଟ, ପୁରୀ ବାଲିଗୁଆଳି ଆଶ୍ରମର ସଭାପତି ଅକ୍ଷୟ କୁମାର ଦାଶ ପ୍ରମୁଖ ମଧ୍ଯ ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ ।