ମାର୍ଚ୍ଚ ୩୧ ଯାଏଁ ବଢ଼ିଲା ଇ- କେୱାଇସି ଅବଧି

ଭୁବନେଶ୍ୱର: ମାର୍ଚ୍ଚ ୩୧ ଯାଏଁ ବଢ଼ିଲା ଇ- କେୱାଇସି ଅବଧି। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ କହୁଛନ୍ତି ଯେ ନେଟ୍ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ ଇ- କେଶି ଅପଡେଟ୍ ହେଉନି'। ୯୦% ଲୋକ ଇ- କେୱାଇସି ଅପଡେଟ୍ କଲେଣି, ଆହୁରି ୩୩ ଲକ୍ଷ ବାକି ଅଛନ୍ତି। ନେଟୱର୍କ ସମସ୍ୟା ସହ ବିଭିନ୍ନ କାରଣରୁ ଲୋକ ଇ- କେୱାଇସି କରିନାହାନ୍ତି। ସମସ୍ୟା ଥିଲେ ଟୋଲ୍ ଫ୍ରି ନଂ '୧୯୬୭'କୁ କଲ୍ କରି ବୁଝିପାରିବେ।