ରାମନବମୀ ପାଇଁ କଟକରେ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ

Apr 5, 2025 - 22:31
 45

କଟକ: ଆସନ୍ତାକାଲି ପବିତ୍ର ରାମନବମୀ ପାଇଁ କଟକରେ ମୁତୟନ ହେବେ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ। ରାମନବମୀ ପାଳନ ବେଳେ ପୋଲିସ୍ କୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି କମିଶନରେଟ୍ ପୋଲିସ୍।

 

ଆଜି କଟକରେ ଶାନ୍ତି ଶୃଙ୍ଖଳାର ସହିତ ରାମନବମୀ ପାଲାନ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ କରାଯାଇଛି। ଭୁବନେଶ୍ବରରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ମୁତୟନ ହେବେ ୧୯ ପ୍ଲାଟୁନ୍ ପୋଲିସ୍ ଫୋର୍ସ।