ସାନ୍ତାଳୀ ଭାଷାର ବିକାଶ ପାଇଁ ସମସ୍ତେ ଆଗେଇ ଆସିବା ଦରକାର: ରାଷ୍ଟ୍ରପତି

Nov 20, 2023 - 11:25
 9
ସାନ୍ତାଳୀ ଭାଷାର ବିକାଶ ପାଇଁ ସମସ୍ତେ ଆଗେଇ ଆସିବା ଦରକାର: ରାଷ୍ଟ୍ରପତି

ବାରିପଦା: ସାନ୍ତାଳୀ ଭାରତର ବହୁ ପ୍ରାଚୀନ ଭାଷା ଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହି ଭାଷାର ବହୁଳ ପ୍ରଚାର ଓ ପ୍ରସାର ହେଲେ ସାନ୍ତାଳ ସମାଜର ଲୋକ ମାନେ ଉପକୃତ ହେବେ। ଏଥିପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

 ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରେ ଥିବା ସହିଦ ସ୍ମୃତି ଭବନ ରେ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କାର୍ଯ୍ୟକ୍ରମ ଆୟୋଜନ କରିଥିବା ସାନ୍ତାଳୀ ଲେଖକ ସଙ୍ଘ ପକ୍ଷରୁ ସାନ୍ତାଳୀ ଭାଷାର ବିକାଶ ଦିଗରେ ନିଆଯାଇଥିବା ପଦକ୍ଷପକୁ ପ୍ରସଂଶା କରିଥଲେ। ରାଜ୍ୟପାଳ ରଘୁବର ଦାସ, ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଜଗନ୍ନାଥ ସରକା ଏହି ଅବସରରେ ଉପସ୍ଥିତ ଥିଲେ। ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି। ସେ ବିଭିନ୍ନ କାର୍ୟ୍ଯକ୍ରମରେ ଯୋଗ ଦେବେ।