ଓଡ଼ିଶା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି

Mar 14, 2024 - 18:26
 107

ଭୁବନେଶ୍ୱର: ଓଡ଼ିଶା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା। ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହା ଦ୍ବାରା ୪.୫ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍‌ସନ୍‌ଧାରୀ ଉପକୃତ ହେବେ। ରାଜ୍ୟ କର୍ମଚାରୀଙ୍କ ଡିଏ ୪୬%ରୁ ବଢ଼ି ୫୦% ହେଲା।