ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ୫ମ ପୁସ୍ତକ ମେଳା ରେ "ପ୍ରଶ୍ନୋତ୍ତର ରେ ଶ୍ରୀଜଗନ୍ନାଥ" କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର: ଗତ ୧ ତାରିଖରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚାଲୁଥିବା ପଞ୍ଚମତମ ଓଡ଼ିଶା ପୁସ୍ତକ ମେଳାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଏକ ପୁସ୍ତକ ଷ୍ଟଲ ଖୋଲା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ, ବାଳକୃଷ୍ଣ ପଣ୍ଡା, ରବି ନାରାୟଣ ମିଶ୍ର,ସମ୍ପାଦକ ନାରାୟଣ ମହାପାତ୍ର, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧ୍ଯକ୍ଷ ସୁରେଶ ମିଶ୍ର, ଉପ କୋଷାଧ୍ଯକ୍ଷ ଗୌରାଙ୍ଗ ନାୟକ, ଅକ୍ଷୟ ଉପାଧ୍ୟାୟ, ଗିରିଜା ଶଙ୍କର ମହାପାତ୍ର, ମନୋରଞ୍ଜନ ମହାନ୍ତି, ଅଖିଳ ମୋହନ ସାହୁ, ଅକ୍ଷୟ କୁମାର ସାହୁ, ଅଚ୍ୟୁତ ପ୍ରସାଦ ବେହେରା, ତ୍ରିଲୋଚନ ନାୟକ ବଂଶୀଧର ନାୟକ, ବିଷ୍ନୁପଦ ଦାସ,ପ୍ରଭାକର ମଲ୍ଲିକ, ମୀନତି ରାଉତ, ଶ୍ଯାମ ସୁନ୍ଦର ସ୍ଵାଇଁ, ଶ୍ରୀନିବାସ ରାଓ, ରଜତ ବାବୁ, ପ୍ରୀତିବାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ଷ୍ଟଲରେ ପରିଷଦ ଦ୍ଵାରା ପ୍ରକାଶିତ ସ୍କନ୍ଦ ପୁରାଣ 'ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ' ଓ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ର ନୂତନ ଦ୍ଵିତୀୟ ଓ ତୃତୀୟ ସଂସ୍କରଣ ପରିଷଦର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ନେତୃତ୍ୱରେ ଉନ୍ମୋଚନ ହୋଇଅଛି | ଶେଷ ୨ ଦିନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ ନିରଞ୍ଜନ ପଣ୍ଡା, ମନୋରଞ୍ଜନ ମହାନ୍ତି ପ୍ରସନ୍ନ ଖୁଣ୍ଟିଆ ଓ ରଜତ ପାତ୍ର ଙ୍କ ସାହାଯ୍ଯ ସହଯୋଗ ଯୋଗୁଁ ଅତି ସୁନ୍ଦର ହୋଇଥିଲା। ଏହି ଶ୍ରୀଜଗନ୍ନାଥ କାର୍ଯ୍ୟକ୍ରମ ରେ ପୁସ୍ତକ ମେଳା ରେ ବହୁ ବ୍ଯକ୍ତି ଓ ମହିଳା ଭାଗ ନେଇ ପ୍ରଶ୍ନ ର ଉତ୍ତର ଦେଇ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ପରିଷଦ ର ବହୁ ସଦସ୍ୟ ମଧ୍ୟ ଯୋଗଦେଇଥିଲେ | ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାୟ ୩୦ ଟି ବହି ବିକ୍ରୟ ପାଇଁ ରହିଥିଲା ।