ଢେଙ୍କାନାଳରେ ଉଦ୍ଧାର ହେଲା ୩ ଫୁଟ୍ ଲମ୍ବର ଅଜଗର ସାପ

May 28, 2024 - 22:31
 6
ଢେଙ୍କାନାଳରେ ଉଦ୍ଧାର ହେଲା ୩ ଫୁଟ୍ ଲମ୍ବର ଅଜଗର ସାପ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଆର.ଟି.ଓ ଅଫିସ୍ ସମ୍ମୁଖ ରାସ୍ତା କଡ଼ରୁ ଉଦ୍ଧାର ହେଲା ୩ ଫୁଟ୍ ଲମ୍ବର ଅଜଗର ସାପ। ସାପ ଟି ରାସ୍ତା ପାରି ହେଉଥିବା ସମୟରେ ଲୋକମାନେ ଦେଖିଥିଲେ । ସଙ୍ଗେ ସଙ୍ଗେ ଉଦ୍ଧାର ସାପ ଉଦ୍ଧାରକାରୀଙ୍କୁ ଖବର ଦେଇଥିଲେ । ଉଦ୍ଧାରକାରୀ ସଂସ୍ଥାର ସଦସ୍ୟ ସୂର୍ଯ୍ୟକାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବରେ ସାପକୁ ଉଦ୍ଧାର କରିଥିଲେ । ବନବିଭାଗ କର୍ମଚାରୀ ସାପଟିକୁ ତା'ର ପ୍ରାକୁତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ।