ସେବାୟତଙ୍କୁ କାରଣ ଦର୍ଶାଅ ନୋଟସ୍
ପୁରୀ: ପୁରୀରେ ବାହୁଡ଼ା ଯାତ୍ରା ସମୟରେ ରଥରେ ଅନଧିକୃତ ବ୍ୟକ୍ତିଙ୍କୁ ଚଢ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବକଙ୍କୁ ନୋଟିସ୍ ଜାରି କରାଯାଇଛି। ବାହୁଡ଼ାରେ ସୁଭଦ୍ରାଙ୍କ ରଥ ଉପରେ ଚଢ଼ିଥିଲେ ଅନଧିକୃତ ବ୍ୟକ୍ତି। ୭ଦିନ ଭିତରେ ଉତ୍ତର ଦେଇ ନପାରିଲେ ହେବ କାର୍ଯ୍ୟାନୁଷ୍ଠାନ। ଚୂଡ଼ାନ୍ତ ନିଷ୍ପତ୍ତି ନହେବା ଯାଏ ସେବାୟତଙ୍କ ପ୍ରାପ୍ୟ ସ୍ଥଗିତ ରହିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ରଥରୁ ଓହ୍ଲାଇ ଦେଇଥିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।