ପ୍ରବାସୀ ଭାରତୀୟ ଦିବସରେ ବାଧା ସୃଷ୍ଟି କରିବାକୁ ଧମକ

ଭୁବନେଶ୍ୱର: ଭୁବନେଶ୍ଵରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ବାଧା ସୃଷ୍ଟି କରିବାକୁ ଧମକ ଦେଲା ଖାଲିସ୍ଥାନୀ ଆତଙ୍କବାଦୀ ପନ୍ନୁ। ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଭିଡିଓ ମାଧ୍ୟମରେ ଧମକପୂର୍ଣ୍ଣ ମେଲ୍ ଦେଇଛି ପନ୍ନୁ । ଗତ ବର୍ଷ ନଭେମ୍ବର ମାସରେ ହୋଇଥିବା ସର୍ବ ଭାରତୀୟ ଡିଜିପି ଓ ଆଇଜିପି ସମ୍ମିଳନୀର କିଛି ଦିନ ପୂର୍ବରୁ ମଧ୍ୟ ଏହାକୁ ଭଣ୍ଡୁର କରିବାକୁ ଚେତାବନୀ ଦେଇଥିଲା ପନ୍ନୁ।