୩ ପ୍ରସ୍ତାବ ଉପରେ ଓଡ଼ିଶା କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ବାଜିଛି ମୋହର। ଅଗ୍ନିବୀରଙ୍କ ପାଇଁ ଓଡ଼ିଶାରେ ରହିବ ୧୦ ପ୍ରତିଶତ ସଂରକ୍ଷଣ। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଚାକିରୀ ପାଇବେ ତାଙ୍କ ବିବାହିତ ଝିଅ ଓ ସାବତ ଝିଅ। ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଆଦାନୀ ଗ୍ରୁପ୍ କୁ ଦେବା ପାଇଁ ମଧ୍ୟ ନିଆଯାଇଛି ନିଷ୍ପତ୍ତି।