ଭ୍ୟାନ୍ ଓଲଟି ଛାତ୍ର ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ, ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ସହାୟତା ରାଶି ଘୋଷଣା

Jan 26, 2025 - 22:51
 2

କଟକ: କଟକ ଜିଲ୍ଲା ବାଙ୍କୀ ମାଳବିହାରପୁରରେ ଭ୍ୟାନ୍ ଓଲଟି ଛାତ୍ର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ, ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ସହାୟତା ରାଶି ଘୋଷଣା କରାଯାଇଛି। ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଆଜି ସକାଳେ ଭ୍ୟାନ୍ ଓଲଟି ଜଣେ ଛାତ୍ର ପ୍ରାଣ ହରାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ପିଲାଙ୍କୁ ନେଇ ପରେଡ ପଡ଼ିଆକୁ ଯିବାବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।