ଦୁଇଟି ଦୁର୍ଘଟଣାରେ ଛାତ୍ର ମୃତ, ୩୨ ଆହତ

Jan 26, 2025 - 22:52
 2

ଭୁବନେଶ୍ୱର: ଦୁଇଟି ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। କଟକ ଜିଲ୍ଲା ଆଠଗଡ଼ରେ ପିକ୍ ଅପ୍ ଭ୍ୟାନ୍ ଓଲଟି ଜଣେ ଛାତ୍ର ପ୍ରାଣ ହରାଇଥିବା ବେଳେ ୨୦ ଜଣ ଆହତ ହୋଇଥିବା ଜଣାପଡିଛି। ପିଲାଙ୍କୁ ନେଇ ପରେଡ ପଡ଼ିଆକୁ ଯିବାବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେହିପରି ନୟାଗଡ଼ ଜିଲ୍ଲା ଇଟାମାଟି ନିକଟରେ ଟ୍ରକ୍ କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍। ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।