ବିଶ୍ୱ ମାନବ ଅଧିକାର ଦିବସ ପାଳିତ

Dec 10, 2023 - 15:44
 136
ବିଶ୍ୱ ମାନବ ଅଧିକାର ଦିବସ ପାଳିତ

ଭୁବନେଶ୍ୱର-ତା.୧୦.୧୨.୨୦୨୩-ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସରକଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଛି । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସୌଦାମିନୀ ସିଂ ଅଧ୍ୟକ୍ଷତା କରିଥିବା ବେଳେ ସଦସ୍ୟ ଜୟଶ୍ରୀ ମହାପାତ୍ର, ପ୍ରତିପକ୍ଷ ଓକିଲ ଆଶୀର୍ବାଦ ମହାନ୍ତି, ସରପଞ୍ଚ ବିଷ୍ନୁପ୍ରିୟା ସାହୁ,ପୂର୍ବତନ ସମିତି ସଭ୍ୟ ନାରାୟଣ ସାହୁ,ଗ୍ରାମୀଣ ଆଇନ ସେବା ସହାୟତା କର୍ମୀ ଚନ୍ଦନ ସେନାପତି, ନାଏବ ସରପଞ୍ଚ ବିନାୟକ ମଲ୍ଲିକ,ୱାର୍ଡ ମେମ୍ବର ଅନିତା ବାରିକ, ପ୍ରଦୀପ କୁମାର ପଣ୍ଡା ଓ ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ ।
ବିଶ୍ୱ ମାନବ ଅଧିକାର ଦିବସ ପାଳନ କରିବାର ଉଦ୍ଦେଶ୍ୟ ଓ ଏହାର ଯଥାର୍ଥତା ସମ୍ପର୍କରେ ଅତିଥି ମାନେ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ ସମୟରେ ମହିଳା ମାନଙ୍କ ସହାୟତା ନିମନ୍ତେ ଆଇନରେ ଥିବା ବିଧି ବ୍ୟବସ୍ଥା ଓ ସୁଫଳ ସମ୍ପର୍କରେ ସେମାନେ ମତବ୍ୟକ୍ତ କରିଥିଲେ ।