ପୁରୀରେ 5T ସଚିବଙ୍କୁ କାଳିମାଡ଼ ଘଟଣାକୁ ତୀବ୍ର ନିନ୍ଦା
ଭୁବନେଶ୍ୱର: ପୁରୀରେ 5T ସଚିବ ଭିକେ ପାଣ୍ଡିଆନଙ୍କ ଉପରକୁ ହୋଇଥିବା କାଳିମାଡ଼ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଅସହିଷ୍ଣୁତା ପୂର୍ବକ ଏପରି କରିଛି ଭାସ୍କର ସାହୁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଭାସ୍କର ଜଣେ ରାଜନୈତିକ ବ୍ୟକ୍ତି। ତାଙ୍କୁ ଗିରଫ କରିଛି ପୋଲିସ। କାଳିମାଡ଼ ସତ୍ତ୍ୱେ ଉପସ୍ଥିତ ଲୋକଙ୍କୁ ଭେଟିଲେ ପାଣ୍ଡିଆନ। ମିଶନ ଶକ୍ତି ମହିଳା ମାନେ ନିଜ ପଣତକାନିରେ ପୋଛିଦେଇଥିଲେ କାଳି। ସଚିବଙ୍କ ହାତରେ ବାନ୍ଧିଦେଇଥିଲେ ସୁରକ୍ଷା କବଚ ରାକ୍ଷୀ। ପୁରୀ ସତ୍ୟବାଦୀ ୟୁଜିଏସ କଲେଜରେ ଚାଲିଥିବା ଏକ ସଭାରେ ଘଟିଥିଲା ଏହି ଘଟଣା। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ମଧ୍ଯ ହେଉଥିଲା କାଳିମାଡ଼।