ପୁରୀରେ ପୁଲିସ ଏନ୍‌କାଉଣ୍ଟରରେ ଅପରାଧୀ ଆହତ

Aug 24, 2023 - 13:39
 7
ପୁରୀରେ ପୁଲିସ ଏନ୍‌କାଉଣ୍ଟରରେ ଅପରାଧୀ ଆହତ

ପୁରୀ : ପୁରୀରେ ଅପରାଧୀ ପିନୁ ବରାଳ କୁ ଏନ୍‌କାଉଣ୍ଟର କରିଛି ପୋଲିସ । ପୋଲିସ ଗୁଳିରେ ଅପରାଧୀ ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି । ତା’କୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପିନୁ ନାଁରେ ୧୧ଟି ଅପରାଧୀକ ମାମଲା ରହିଛି। ଜଗନ୍ନାଥବସ୍ତିର ବିଦ୍ୟାଧର ବରାଳଙ୍କ ପୁଅ ପିନୁକୁ ପୁରୀ ଜିଲ୍ଲା ବାସେଳିସାହି ଆଇଆଇସି ମାନସ ବାରିକ ଏବଂ ତାଙ୍କର ଟିମ୍‌ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ପାଟ୍ରୋଲିଂରେ ବାହାରିଥିଲେ। ଲୋକନାଥ ମନ୍ଦିର ପଛପଟରେ ଥିବା ଶଙ୍ଖେଶ୍ବର ଜଂଗଲରେ ପୁଲିସକୁ ଦେଖି ପିନୁ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସର ପାଲଟା ଗୁଳିରେ ପିନୁ ଆହତ ହୋଇଥିଲା।