ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଉଦ୍ଧାର ଓ ଅଗ୍ନିନିର୍ବାପନ ଜନସଚେତନତା କାର୍ଯ୍ୟର ସଂକ୍ଷିପ୍ତ ବିବରଣୀ
ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଉଦ୍ଧାର ଓ ଅଗ୍ନିନିର୍ବାପନ ଜନସଚେତନତା କାର୍ଯ୍ୟର ସଂକ୍ଷିପ୍ତ ବିବରଣୀ ପ୍ରକାଶ ପାଇଛି। ତା.୧୩.୦୯.୨୦୨୩ ରିଖର ଉଦ୍ଧାର ଓ ଅଗ୍ନିନିର୍ବାପନ ଜନସଚେତନତା କାର୍ଯ୍ୟର ସଂକ୍ଷିପ୍ତ ବିବରଣୀ: • କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଦୁହୁରିଆ ଛକ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉକ୍ତ ଘଟଣାର ଖବର ପାଇ କେନ୍ଦ୍ରାପଡ଼ା ଅଗ୍ନିଶମ କର୍ମଚାରୀମାନେ ଯଥାଶୀଘ୍ର ଘଟଣା ସ୍ଥଳରେ ପହଞ୍ଚି ହାଇଡ୍ରୋଲିକ୍ ଉପକରଣ ବ୍ୟବହାର କରି ଗାଡ଼ିର କେବିନ୍ ମଧ୍ୟରେ ଷ୍ଟିଅରିଂ ତଳେ ଚାପି ହୋଇ ରହିଥିବା ଗାଡ଼ି ଚାଳକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । • କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମଦନପୁର ରାମପୁରସ୍ଥିତ ୟୁ.ଜି. ସ୍କୁଲ ପରିସରରେ ଅଗ୍ନି ନିରାପତ୍ତା ନିମିତ୍ତ ବୈଷୟିକ ଜ୍ଞାନ କୌଶଳ, ପ୍ରାଥମିକ ଉପଚାରିତା ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରାଂଶର ବ୍ୟବହାର ପ୍ରଣାଳୀକୁ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ଆଣିବା ନିମନ୍ତେ ଏକ ମକ୍ ଡ୍ରିଲ୍ ଏବଂ ଅଗ୍ନି ନିରାପତ୍ତା ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଦନପୁର ରାମପୁର ଅଗ୍ନିଶମ କର୍ମଚାରୀମାନେ ଆୟୋଜନ କରିଥିଲେ ।