ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ସୃଜନୀ ର ସ୍ମୃତି ଶ୍ରଦ୍ଧାଞ୍ଜଳି

କଟକ : ତାମିଲନାଡୁ ଚେନ୍ନାଇ ସ୍ଥିତ ସୃଜନୀ ପରିବାର ଚେନ୍ନାଇ ଆନୁକୁଲ୍ୟରେ ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଶହେ ପଚାଶ ତମ ଜୟନ୍ତୀ ଅବସରରେ ଆୟୋଜିତ "ସ୍ମୃତି ଶ୍ରଦ୍ଧାଞ୍ଜଳି" କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ତଥା ଯୁଗଜନ୍ମା ସାହିତ୍ୟ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜ” ପ୍ରସଙ୍ଗକୁ ଆଧାର କରି ଆଭାସି ମାଧ୍ୟମରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରମୁଖ ବକ୍ତା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ଶାନ୍ତନୁ କୁମାର ଆଚାର୍ଯ୍ୟ,ବରେଣ୍ୟ ଅତିଥି ପ୍ରାବନ୍ଧିକ ଡକ୍ଟର ଗୌରାଙ୍ଗ ଚରଣ ଦାଶ,"ଉତ୍କଳିକା"ର ସମ୍ପାଦିକା ଲକ୍ଷ୍ମୀପ୍ରିୟା ଓଝା,ଅବସରପ୍ରାପ୍ତ ଆଇ.ଏଫ.ଏସ ଆଶୁତୋଷ ସାମନ୍ତସିଂହ,ସାରସ୍ଵତ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି ଆଦି ଉପସ୍ଥିତ ରହି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଓ ଏହାର ପ୍ରଣେତା ସାହିତ୍ୟ ଭୂଷଣ ରାୟବହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ମୁଖ୍ୟ ପ୍ରସଙ୍ଗ କରି ଦିଗନ୍ତ ପ୍ରସାରି ଆଲୋଚନା କରିବା ସହ ଓଡ଼ିଆ ସାହିତ୍ୟ ତଥା ବିଶ୍ୱ ସମୁଦାୟକୁ ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ I ସୃଜନୀ ପରିବାରର ଉପଦେଷ୍ଟା ନାଳନ୍ଦା ବିଶ୍ୱବିଦ୍ୟାଳୟର ଡିନ ପ୍ର.ଗୋଦାବରୀଶ ମିଶ୍ର,ସଂପାଦକ ଶ୍ରୀ ଅଶୋକ କୁମାର ସାମନ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । କଣ୍ଠଶିଳ୍ପୀ ବିଦ୍ୟୁତ ପ୍ରଭା ପଟ୍ଟନାୟକ,କଣ୍ଠଶିଳ୍ପୀ ଶ୍ରୀମତୀ ବନ୍ଦନା ନନ୍ଦ,କଣ୍ଠଶିଳ୍ପୀ ଶଶିକାନ୍ତ ରାଜଗୁରୁ ସଙ୍ଗୀତ ପରିବେଷଣ କରିଥିଲେ । ଉପସ୍ଥାପିକା ତଥା ସଂଯୋଜିକା ସୁମତି ମୁଣ୍ଡ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ I ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସ୍କୁଲ ଗୋପାଳ ସ୍ମୃତି ବିଦ୍ୟାପୀଠ ତରଫରୁ ପୁରାତନ ଛାତ୍ର ଉଚ୍ଚ ଶିକ୍ଷା ବିଭାଗର ଅବସରପ୍ରାପ୍ତ ଉପ ନିର୍ଦ୍ଦେଶକ ହେମନ୍ତ କୁମାର ଦାସ,ପ୍ରାଧ୍ୟାପିକା ଅଞ୍ଜଳୀ ରାଉତରାୟ,ଉମେଶ ଚନ୍ଦ୍ର ଜେନା,ତପନ ଓଝା,ସ୍ମୃତି ରଞ୍ଜନ ବେହେରା,ବିଶ୍ୱେଶର ମାଝୀ, ଖଗେଶ୍ବର ମହାରଣା ଆଦି ଅନେକ ଛାତ୍ର ତଥା ସୁଦୂର ଲଣ୍ଡନରୁ ଗୀତାଞ୍ଜଳି ସ୍ବାଇଁ,ଆମେରିକାରୁ ଚନ୍ଦ୍ରା ମିଶ୍ର,ବମ୍ବେରୁ ମୈତ୍ରେୟୀ କମଳା, ପାରମିତା ଷଡ଼ଙ୍ଗୀ,ଲତିକା ବିଳାସ ଆଦି ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ସମ୍ପାଦକ ଅଶୋକ କୁମାର ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ I